ଫୋକସ ପ୍ଲସ (ବ୍ୟୁରୋ)୧୪/୦୭/୨୦୨୨: ହାଟଡ଼ିହି ବ୍ଳକ ଅନ୍ତର୍ଗତ ହାବଳେଶ୍ୱର ପଞ୍ଚାୟତ ହାବଳେଶ୍ୱର ଶିବମନ୍ଦିର ପରିସର ବୈତରଣୀ ନଦୀ କୂଳରେ NDRF ଟିମ ପକ୍ଷରୁ ଏକ ମକ୍ ଡ୍ରିଲ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ହାଟଡ଼ିହି ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଚିତ୍ରା ନନ୍ଦ କର ଙ୍କ ନେତୃତ୍ୱରେ ସରପଞ୍ଚ ରମାକାନ୍ତ ନାୟକ,ସମିତି ସଭ୍ୟ ତାରିଣୀ ସେନାପତି,ଅଗ୍ନିଶମ ବିଭାଗ ଅଧିକାରୀ ସୂର୍ଯ୍ୟମଣି ନାୟକ,ଏନ.ଡି. ଆର. ଏଫ. କମାଣ୍ଡର ଓ ଟିମ,ବିଦ୍ୟାଳୟ ର ଶିକ୍ଷକ ଓ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ଯୋଗ ଦେଇଥିଲେ।ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ।ନଦୀ ବଢି ସମୟରେ ଲୋକମାନଙ୍କୁ ସୁରକ୍ଷା ଭିତରେ ନଦୀରୁ ଉଦ୍ଧାର କରିବା,ନଦୀରେ ପହଁରି ନ ପାରି ବୁଡିଜାଉଥିଲେ ତାକୁ କିପରି ଉଦ୍ଧାର କରିବା ,ନଦୀରେ ବୁଡି ଯାଇଥିବା ଲୋକଙ୍କୁ କିପରି ବୁଡି ଖୋଜି ବାହାର କରିବା ଏଥିପାଇଁ ଏକ ମକ୍ ଡ୍ରିଲ କରାଯାଇଥିଲା।