ଏନଏଲସି କମ୍ପାନୀର ଲୋକଙ୍କ ପ୍ରତି ଜୁଲୁମ୍

ଫୋକସ ପ୍ଲସ (ରେଙ୍ଗାଳି)୨୪/୦୭/୨୦୨୨: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତାଲାବିରା ଏନଏଲସି କମ୍ପାନୀ ର ଦାଦା ଗିରି ସବୁ ସୀମା ପାର ହେଲାଣି l ଲୋକଙ୍କୁ ଖାଲି ଠକି ଚାଲିଛି l ପୋଲିସ ପ୍ରଶାସନ କୁ ହାତ ବାରିସୀ କରି ଚଳାଇଛି ତାର ଆତଙ୍କ ରାଜ |ଏନଏଲସି କମ୍ପାନୀ ଯେବେ ଠୁ ଆରମ୍ବ ହେଲା ସେହି ଦିନଠାରୁ ସ୍ଥାନୀୟ ଲୋକଙ୍କୁ ଠକି ଚାଲିଛି l ଲୋକଙ୍କ ଜମି ନେଲା, ଭିଟାମାଟି ନେଲା, ଏବଂ ନିଯୁକ୍ତି ଦେବି କହି ଠକି ଦେଇ ବାହାର ରାଜ୍ୟ ର ଲୋକଙ୍କୁ ନିଯୁକ୍ତି ଦେଉଛି ଏବଂ ନିଜ ଭିଟାମାଟି ଯେଉଁ ମାନେ ଦେଇଛନ୍ତି ତାଙ୍କୁ ନିଯୁକ୍ତି ଦେବି କହି ଠକି ଚାଲିଛି l ସ୍ଥାନୀୟ ଜନ ସାଧାରଣ ମାନେ ପ୍ରଶାସନ ପାଖରେ ଅଭିଯୋଗ କରି କରି ଥକି ଗଲେ ତଥାପି ପ୍ରଶାସନ ଶୁଣିବାର ନାଁ ନେଉନି l ପ୍ରଶାସନ କମ୍ପାନୀ ସହ ମିଶି କି ଗୁଲାମି କରୁଛି କମ୍ପାନୀ ର ବୋଲି ଜନସାଧାରଣ ମାନେ ଅଭିଯୋଗ କରୁଛନ୍ତି l ପୋଲିସ ପ୍ରଶାସନ କୁ ନିଜର ପକେଟ ରେ ଧରି କମ୍ପାନୀ ସାଧାରଣ ନିରୀହ ଲୋକଙ୍କୁ ଏନଏଲସି କମ୍ପାନୀ ଜେଲ ପୁରଉଛି l ଲୋକେ ଭୟ ରେ ମୁହଁ ମଧ୍ୟ ଖୋଲୁନାହାନ୍ତି l ନିରହି ଲୋକଙ୍କୁ ତାଲିବାନୀ ଶାସନ କରୁଛି ସମ୍ବଲପୁର ରେଙ୍ଗାଲି ଅଂଚଳ ର ଏନଏଲସି କମ୍ପାନୀ l ହୀରାକୁଦ ଡେମ ହେଲା ବେଳେ ନିଜ ଭିଟାମାଟି ହାଇଥିଲେ ଏହି ଅଂଚଳ ର ଲୋକ ମାନେ ସେ ସମୟରେ ଏପରି ଅତ୍ୟଚାର ହୋଇନ ଥିଲା ବୋଲି କହୁଛନ୍ତି ଜନସାଧାରଣ l ନିରୀହ ଲୋକଙ୍କୁ ଶୋଷିଚାଲିଚ୍ଛି ଏନଏଲସି କମ୍ପାନୀ lନିତିଦିନିଆ ଗାଧୋଇ ବା ପାଇଁ ଗୋଟେ ବିରାଟ ବଡ଼ ପୋଖରୀ ଥିଲା କିନ୍ତୁ କମ୍ପାନୀ କାହାକୁ ଖାତିର ନ କରି ପୋଲିସ ପ୍ରଶାସନ କୁ ନିଜର ପକେଟ ରେ ରଖି ସେହି ବଡ଼ ପୋଖରୀ ରେ ହଜାର ହଜାର ଟ୍ରିପ ମାଟି ପକେଇ ଦେଇ ପୋତି ଦେଲା ପୋଖରୀ l ଜମି ନେଲା ଟଙ୍କା ଟିଏ ବି ଦେଉନି କମ୍ପାନୀ ଅତ୍ୟନ୍ତ ଅତ୍ୟଚାର କରୁଛି ଏନଏଲସି କମ୍ପାନୀ l ସବୁଜାଣି ଶୁଣି ପ୍ରଶାସନ ମଧ୍ୟ ଚୁପଚାପ ରହୁଛି l ଜଯିଏ ପ୍ରତିବାଦ କଲା ତାକୁ ମିଛ କେଶ ରେ ଫସାଇ ବାନ୍ଧି ନେଉଛି ପୋଲିସ l ସେଥିପାଇଁ ଜନସାଧାରଣ ମାନେ ମଧ୍ୟ ନୀରବ ପାଲଗଲେଣି l ଲୋକେ କାନ୍ଦି କାନ୍ଦି କହୁଛନ୍ତି ଆମକୁ ଆମର କ୍ଷତି ପୂରଣ ଦେଇ ଦେଉ ଏବଂ କମ୍ପାନୀ ଯାହା କରିବାର ଅଛି କରୁ ବୋଲି ହେଲେ ବି ତଥାପି ଶୁଣୁନି କମ୍ପାନୀ କି ପ୍ରଶାସନ l ଏପରିକି ପୋଲିସ , ପ୍ରଶାସନ ଏବଂ ଜିଲ୍ଲାପ୍ରଶନ ଏବଂ ସ୍ଥାନୀୟ ବିଧାୟକ ମଧ୍ୟ ମୋଟା ଅଙ୍କ ର ଟଙ୍କା ନେଇ ଚୁପଚାପ ରହୁଛନ୍ତି ବୋଲି ସେହି ଅଂଚଳର ସାଧାରଣ ଲୋକେ କହୁଛନ୍ତି l ସେହି ସମୟରେ ବିଧାୟକ ଅନେକ ଲମ୍ବା ପ୍ରତିଶୃତି ଦେଇ ଥିଲେ କିନ୍ତୁ ଏବେ ସେହି ଅଂଚଳ ବାସୀଙ୍କ ଦୁଃଖ କୁ ବୁଝୁନାହାନ୍ତି ବୋଲି ସାଧାରଣ ଲୋକେ କହୁଛନ୍ତି lଏଠି ପ୍ରଶ୍ନ ଉଠୁଛି କାହଁକି ଗୁଣ୍ଡା ରାଜ ଚଳାଇ ଛି ଏନଏଲସି କମ୍ପାନୀ ?କାହିଁକି ଦେଉଛି ପୋଲିସ ଏନଏଲସି କମ୍ପାନୀ କୁ ସାଥ?କାହଁକି ବର୍ଷ ବର୍ଷ ଧରି ଜାଣିଶୁଣି ଜିଲ୍ଲାପ୍ରଶାସନ ଉପଯୁକ୍ତ ନ୍ୟୟ ଦେବାରେ ବିଫଳ ହେଉଛି ?କଣପାଇଁ ବିଧାୟକ ପାଲଟିଛନ୍ତି ଦେଖଣା ହାରି ? କଣ ପାଇଁ ସୋଇ ରହିଛି ଜିଲ୍ଲାପ୍ରଶାସନ ?କୁଆଡେ ଗଲେ ବିଭାଗୀୟ ଅଧିକାରୀ ?କାହଁକି କମ୍ପାନୀ ଚଳାଇ ଛି ତାଲିବାନୀ ଶାସନ?କେବେ ହେବ ସମାଧାନ? ସମଧାନ ର ବାଟ ଖୋଜି ପାଇବ ତ ଜିଲ୍ଲାପ୍ରଶାସନ?

 

 

ରେଙ୍ଗାଳିରୁ ଜଗନ୍ନାଥ ମେହେର ଙ୍କ ରିପୋର୍ଟ ଫୋକସ ପ୍ଲସ |

 

Leave a Reply

Your email address will not be published. Required fields are marked *