ଫୋକସ ପ୍ଲସ (କଟକ)୨୪/୦୬/୨୦୨୨: କିଶୋରନଗର ଥାନା ପରିସରରେ ଆତ୍ମାହୁତି ଦେଵା ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳକୁ ଚକିତକରିଛି କରିଦେଇଛି।ପ୍ରକାଶ ଯେ ଜନୈକ ବ୍ୟକ୍ତି ହଠାତ୍ ଥାନା ପରିସରରେ ଥିଵା ତ୍ରିନାଥ ମନ୍ଦିର ସମ୍ମୁଖରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ।ତାଙ୍କ ଶରୀର ୯୦ ଭାଗ ପୋଡିଯାଇଥିବା ଵେଳେ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ଵଡ ଡାକ୍ତର ଖାନା ପଠାଯାଇଛି। ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତି ଈଶାଣିଵରହମପୁର ଗୁଣନିଧି ବିଷୋୟୀ (୪୮) ଵୋଲି ଜଣାପଡିବାପରେ ଵେଳେ ନ୍ୟାୟ ପାଇଁ ଥାନାକୁ ଦୈ।ଡି ଦୈ।ଡି ନିରାଶ ହେବା ପରେ ଏପରି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ ହେଉଛି।ଏଠାରେ ପ୍ରଶ୍ନ ଉଠୁଛିଯେ ଥାନା ସାମନା ରେ କୌଣସି ପୋଲିସକର୍ମୀ କଣପାଇଁ ନଥିଲେ ।ଯଦି ଥାନା ସାମ୍ନାରେ ଡିଉଟି କରିଥାନ୍ତେ ଗୁଣନିଧି ଙ୍କ ର ଶରୀର 90 ଭାଗ ପୋଦିନଥାନ୍ତା।ଥାନା ସମୁଖ ରେ ସିସିଟିଭି ଥିବାବେଳେ ଏହା କମକରୁନାହିଁ ବୋଲି iic ଆମପ୍ରତିନିଧିଙ୍କୁ କହିଛନ୍ତି।ଏହି ଭଳି ଅବ୍ୟବସ୍ଥା ପାଇଁ ସମ୍ପୂର୍ଣ୍ଣ ଥାନାଅଧିକାରିଣୀ ଦାୟି ବୋଲି ସାଧାରଣ ରେ ଆଲୋଚ୍ୟ ବିଷୟ ପାଲଟିଛି। ଅପର ପକ୍ଷରେ ପୋଲିସ ର ସ୍ଥାଣୁତାକୁ ନେଇ ସ୍ଥାନୀୟ ଅଞ୍ଚଳ ବାସୀ ଓ ସାମାଜିକ ସଂଗଠନ ଉତ୍କଳବିକାଶ ପରିଷଦ କଟକ ସଦର ପକ୍ଷରୁ ସଭାପତି ପ୍ରକାଶ ଚନ୍ଦ୍ର ସେଠୀ ଙ୍କ ଆହ୍ୱାନ କ୍ରମେ କିଶୋରନଗର ଥାନା ସମୁଖରେ ବିକ୍ଷୋଭ ପ୍ରଦଶନ କରାଯିବା ସହ ପୋଲିସ ର କାର୍ଯ୍ୟଦକ୍ଷତା କୁନେଇ ପ୍ରଶ୍ନବାଛି ସୃଷ୍ଟିହେବା ସହ ଥାନା ଅଧିକାରେଣି ଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ସହ ପୀଡିତ ଙ୍କ ପରିବାରକୁ କ୍ଷତିପୁରାଣ ଦିଆଯାଉ ବୋଲି ବିକ୍ଷୋଭ କାରୀମାନେ ଦାବିକରିଛନ୍ତି।
କଟକ ସାଲେପୁର ରୁ ସ୍ୱଦେଶ ରଞ୍ଜନ ଫୋକସ ପ୍ଲସ।