ଫୋକସ ପ୍ଲସ(ବ୍ରହ୍ମପୁର)୦୬/୦୮/୨୦୨୨ : ଇଞ୍ଜିନିୟରିଂ ସ୍କୁଲରେ ଛାତ୍ରଙ୍କୁ ମାଡ଼ ଘଟଣାରେ ବହୁଦିନ ପରେ ସ୍କୁଲ କତ୍ତୃପକ୍ଷଙ୍କୁ ଗୁରୁତର ଆହତ ଛାତ୍ରଙ୍କ ପାଇଁ ଜନ୍ମିଲା ସହାନଭୂତି।
ଘଟଣାର ଦୃଢ଼ ନିନ୍ଦା ଓ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଚେତିଲେ କି କତ୍ତୃପକ୍ଷ?
ସ୍କୁଲ କତ୍ତୃପକ୍ଷଙ୍କ ହିସାବରେ ଯେହେତୁ କ୍ୟାମ୍ପସ ଭିତରେ ଏଭଳି ହୋଇନାହିଁ ତେଣୁ ଏହାକୁ ରାଗିଙ୍ଗ ନକହି ଗୋଷ୍ଠୀ କନ୍ଦଳ କହିଲେ କଲେଜ ଅଧକ୍ଷ ।
ହେଲେ ଆପଣମାନେ ଭଲକରି ଦେଖନ୍ତୁ ଏହି ଭିଡିଓକୁ,ଜଣେ ଛାତ୍ରଙ୍କୁ କଲେଜ ୟୁନିଫର୍ମ ରେ ଗାଡି ଉପରେ ବସାଇ କିଭଳି ଭୟଭିତ କରୁଛନ୍ତି ଛାତ୍ର ଗୋଷ୍ଠୀ ?
ପାଖରେ ଥୁଆ ହୋଇଛି ହକି ଷ୍ଟିକ |
କିଛି ପଚାରିବାକୁ ଉଦ୍ୟମ କରୁଛନ୍ତି କି ସିନିଅର ଛାତ୍ର?
ପାଖରେ ଏତେ ପିଲା ଥାଇ କରୁଥିଲେ କଣ?
ଯଦି କଲେଜ ରେ ହକି ଷ୍ଟିକ ଧରି, ଭିଡିଓ ଉତୋଳନ କରି ଜଣେ ଜୁନିଅର ଛାତ୍ର ଙ୍କୁ ଭୟ ଭିତ କରାଯାଉଥିଲା ତେବେ କଲେଜ କର୍ତୃପକ୍ଷ ଜାଣି ପାରିଲେ ନାହିଁ କେମିତି?
ଏହା ଛାତ୍ର ଛାତ୍ର ମଧ୍ୟରେ ରାଗିଙ୍ଗ ନା ଛାତ୍ର ଅଣ ଛାତ୍ର ଭିତରେ ଗୋଷ୍ଠି କଳହ ?
ଏହା କେତେଦୂର ଯୁକ୍ତିଯୁକ୍ତ ଓ ସ୍କୁଲରେ କିଭଳି ବିଦ୍ୟାର୍ଥୀ ସୁରକ୍ଷିତ ତାହା ଆପଣ ନିର୍ଣ୍ଣୟ କରନ୍ତୁ |ଅନ୍ୟପକ୍ଷରେ ସ୍ଥାନୀୟ କର୍ପୋରେଟର ତିରୁପତି ପାତ୍ର ଅଭିଯୋଗକାରୀଙ୍କୁ ଘାଟଣାରେ ସମ୍ପୃକ୍ତ କିଛି ଛାତ୍ରଙ୍କ ନାମ ପ୍ରତ୍ୟାହାର କରିବା ନେଇ ଚାପ ପକେଇବା ଭଳି ଘଟଣାକୁ ସ୍କୁଲ ପରିସରରେ ଛାତ୍ର ବିଶୃଙ୍ଖଳା, ଗୋଷ୍ଠୀ ସଂଘର୍ଷକୁ ପ୍ରସୟ ଦେଉଥିବା ଭଳି ମନେ ହେଉଛି।
ବ୍ରହ୍ମପୁର ରୁ କାଳୀ ପ୍ରସାଦ ରଥଙ୍କ ରିପୋର୍ଟ ଫୋକସ ପ୍ଲସ |