ଆହତ ଙ୍କୁ ନିଜ ଘରକୁ ପଠାଇଲା ପ୍ରଶାସନ

ଫୋକସ ପ୍ଲସ ୨୯ /୫/ ୨୨(କଳିଙ୍ଗା): କଳିଙ୍ଗା ଘାଟିରେ 25 ତାରିଖ ଦିନ ହୋଇଥିବା ଦୁର୍ଘଟଣାରେ ଆହତ ହୋଇ MKCG ରେ ଚିକିତ୍ସା ହେଉଥିବା 3 ବର୍ଷର ଶିଶୁ ମେଘଲୁର ସଫଳ ଅସ୍ତ୍ରପୋଚାର ପରେ ଆଜି ତାଙ୍କ ବାପା ଦୀନବନ୍ଧୁଙ୍କ ସହ ଏକ AC ଆମ୍ବୁଲାନ୍ସ ରେ ପଶିମବଙ୍ଗ ତାଙ୍କ ଗ୍ରାମ ସୁଲତାନପୁର ବର୍ତ୍ତମାନ ପଠାଯାଉଛି|ଗଞ୍ଜାମ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରି ପଠାଇଛି|ପୂର୍ବରୁ ଅନ୍ୟ ଆହତଙ୍କୁ ମଧ୍ୟ ପଠାଯାଇଛି |ଧନ୍ୟବାଦ ଜିଲ୍ଲା ପ୍ରଶାସନ|ଧନ୍ୟବାଦ ସହକାରୀ ଜିଲ୍ଲାପାଳ ବିନୋଦ ବେହେରା |ମୁଖ୍ୟ କଥା ହେଲା ଏହି ଦୁର୍ଘଟଣାରେ ମେଘୁଲୁର ମା ଙ୍କ ମୃତ୍ୟୁ ଘଟିଛି |ସହକାରୀ ଜିଲ୍ଲାପାଳ ବିନୋଦ ବେହେରା ଆହତ ଶିଶୁ ମେଘଲୁକୁ କଣ୍ଢେଇ ଦେଇ ବିଦାୟ ଦେଇଛି |ଓଡିଶା ସରକାର ଏବଂ ଜିଲ୍ଲା ପ୍ରଶାସନଙ୍କ ପଡୋଶୀ ରାଜ୍ୟ ପ୍ରତି ଏହିପରି ମୋନଭାବ ଅନ୍ୟ ରାଜ୍ୟ ପ୍ରତି ନିହାତି ଏକ ଉଦାହରଣ ହୋଇ ରହିବ|ଶେଷ ଆହତ ଭାବେ ଏହି ଶିଶୁ କୁ ପଶିମବଙ୍ଗ ବର୍ତମାନ ପଠାଗଲା|

Leave a Reply

Your email address will not be published. Required fields are marked *