ଆଜି ରାଜ୍ୟ ରେ ଆଂଶିକ ଅଂଚଳରେ ହାଲୁକା ରୁ ମାଧ୍ୟମ ଧରଣର ବର୍ଷା ହୋଇଛି , ଅର୍ଥାତ ଆଭ୍ୟନ୍ତରୀଣ ଓଡିଶାରେ କେନ୍ଦୁଝର, ଝାରସୁଗୁଡା, ସୁନ୍ଦରଗଡ଼, କନ୍ଧମାଳ, ସମ୍ବଲପୁର ଆଦି କିଛି ଅଂଚଳ ରେ ବର୍ଷା ହୋଇଛି I ଆଉ ଅନ୍ୟ ଅଂଚଳରେ ପୂର୍ବ ପରି ପାଗ ରହିଛି ଏବଂ ଆଉ କିଛି ଅଂଚଳ ରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି I ଅନୁକୂଳ , ମୟୁରଭଞ୍ଜ ,କେନ୍ଦୁଝର ,ସୁନ୍ଦରଗଡ଼ ,କନ୍ଧମାଳ ଆଦି ଜିଲ୍ଲା ରେ ବର୍ଷା ହେବାର ସମ୍ଭାବନା ରହିଛି I କିଛି ଦିନ ଧରି ତାପମାତ୍ରା ସ୍ୱଭାବିକ ଠାରୁ ଅଧିକ ରହିଛି I ଏପରିକି ରାଜ୍ୟର ରାଜଧାନୀରେ ତାପମାତ୍ରା ସର୍ବାଧିକ ରେକର୍ଡ ହୋଇଥିବା ବେଳେ ଫୁଲବାଣୀ ରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି I ଆଗକୁ ଏପରି ପାଞ୍ଚ ଦିନ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି I