ଫୋକସ ପ୍ଲସ (ନନ୍ଦାହାଣ୍ଡି)୨୩/୦୭/୨୦୨୨: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସରୁଗୁଡା ଗ୍ରାମରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନଙ୍କ ଦ୍ବାରା ସଚେତନତା କାର୍ଯ୍ୟକ୍ରମ କରାଯାଇଛି।
ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସ୍ଥାନୀୟ ଲୋକମାନଙ୍କୁ ସୂଚନା ଦେଇଛନ୍ତି ବର୍ଷା ଯୋଗୁଁ ପାଗ ଖରାପ ରହୁଥିବାରୁ ସମସ୍ତ ଜନ ସାଧାରଣ ସଫା ସୁତୁରା ରହିବା ସହ ଜଙ୍ଗଲି ଛତୁ ନ ଖାଇବା, ଖୋଲା ପଡ଼ିଆରେ ମଳ ତ୍ୟାଗ ନ କରିବା ସହ ଝରଣା, ନଦୀ, ପୋଖରୀ ଆଦି ଦୂଷିତ ଜଳ ବ୍ୟବହାର ନ କରିବା ବାସୀ ଖାଦ୍ୟ ନ ଖାଇବାକୁ ଅନୁରୋଧ କରିଛନ୍ତି। ପଡୋସୀ ଜିଲ୍ଲା ମାନଙ୍କରେ ଡାଇରିଆ କଲେରା ଭଳି ମାରାତ୍ମକ ରୋଗ ବ୍ୟାପୁଥିବା ଯୋଗୁଁ ଏବଂ କୋରୋନାର ପ୍ରକୋପ ବଢିବାରେ ଲାଗିଛି ତେଣୁ ସର୍ବଦା ମାସ୍କ ପିନ୍ଧିବା ଓ ବାରମ୍ବାର ହାତ ଧୋଇବାକୁ ଅନୁରୋଧ ସହ ଆଗୁଆ ଭାବରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ କରାଯାଉଥିବା କହିଛନ୍ତି। ଏଥିରେ ଅଙ୍ଗନବାଡି କର୍ମୀ ଏସ୍ ଭାରତୀ ପାତ୍ର, ଟୁନୀ ହରିଜନ ଓ ଆଶା କର୍ମୀ ପ୍ରମିଳା ଗ୍ୟୈଡ, ମାଧୁରୀ ହରିଜନ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଓ ଘରକୁ ଘର ବୁଲି ସଚେତନ କରିଛନ୍ତି। ଏବଂ ଓ ଆର୍ ଏସ୍ ପୁଡିଆ ବାଣ୍ଟିବା ସହିତ ଫୁଟା ପାଣି, ଗରମ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଛନ୍ତି।