ଫୋକସ ପ୍ଲସ ୧୩/୬/୨୨ (ସବଡେଗା): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁନ୍ଦରଗଡ ଜିଲ୍ଲା ର ଆଦିବାସୀ କଲା ସାଂସ୍କୃତିକ ଓ ପରମ୍ପରା କୁ ବିକାଶ ଶୀର୍ଷରେ ପହଞ୍ଚାଇବାକୁ | ଆଦିବାସୀ ଭାଇ ଭଉଣି ମାନଙ୍କୁ ବିକାଶର ମୁଖ୍ୟ ଧାରା ରେ ସାମିଲକରି ସେମାନଙ୍କ ସାମାଜିକ ଅର୍ଥନୈତିକ ବିକାଶ ସହ କଳା ସାଂସ୍କୃତିକ ଓ ପରମ୍ପରା କୁ ଉଜ୍ଜୀବିତ ରଖିବାକୁ ସୁନ୍ଦରଗଡ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ ଙ୍କ ନେତୃତ୍ୱରେ ଆଜି ସବଡେଗା ଓ ବାଲିସଙ୍କରା ବ୍ଲକ ର ୧୧୦ ଗୋଟି କଲା ସାଂସ୍କୃତି ଆଦିବାସୀ ଦଳ ଜୋଗ ଦେଇଥିଲେ ,ପରେ ବାଲିସଙ୍କରା ରାଜା ବଙ୍ଗଳା ପଡ଼ିଆରୁ ଏହି ଦଳଗୁଡିକ ନାଚଗୀତ କରି ବାଲିସଙ୍କରା ବ୍ଲକ ଅଫିସ ପରିସରକୁ ପହଞ୍ଚି ଥିଲେ ସେଠାରେ ଏକ ବୈଠକ କରି ପାରମ୍ପପାରିକ ବାଦ୍ୟଯନ୍ତ୍ର ସହ ବେଶ ଭୁଷା ର ସାମଗ୍ରୀ ସାଂସ୍କୃତି ଆଦିବାସୀ ଦଳ ଗୁଡିକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ ଙ୍କ ଅଧ୍ୟକ୍ଷତାରେ ପ୍ରଦାନ କରାଯାଇଥିଲା |
ସବଡେଗା ରୁ ଅନନ୍ତ ପଟେଲ ଙ୍କ ରିପୋର୍ଟ ଫୋକସ ପ୍ଲସ |