ଆଜି ମୋଦୀ ବାଣ୍ଟିବେ ‘ସୁଭଦ୍ରା’ ଟଙ୍କା।

ଭୁବନେଶ୍ବର,: ସାଧାରଣ ନିର୍ବାଚନ ପ୍ରଚାରବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତି ଦେଇଥିଲେ ଓଡ଼ିଶାରେ ବିଜେପି ସରକାର ହେଲେ ‘ସୁଭଦ୍ରା’ ଯୋଜନା ଆରମ୍ଭ ହେବ। ମହିଳାଙ୍କୁ ୫୦ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। ଆସନ୍ତାକାଲି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଜନ୍ମଦିନ ଅବସରରେ ରାଜ୍ୟବାସୀଙ୍କୁ ଏହି ଯୋଜନା ଭେଟି ଦେବାକୁ ଆସୁଛନ୍ତି। ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପୂରଣ କରିବା‌କୁ ବିଜେପି ସରକାର ଜୋରଦାର୍ ପ୍ରସ୍ତୁତି କରିଛି। ଏନେଇ ଜନତା ମଇଦାନରେ ବିରାଟ ଜନସଭାର ଆୟୋଜନ କରାଯାଇଛି। ଏଥିରେ ପ୍ରାୟ ୭୦ହଜାର ଲୋକ ସାମିଲ୍ ହେବାକୁ ଥିବାବେଳେ ପ୍ରତି ଗାଁ, ପଞ୍ଚାୟତ, ସହରାଞ୍ଚଳର ପ୍ରାୟ ୫୦ହଜାର ମହିଳା ଏଥିରେ ସାମିଲ୍ ହେବେ। ‘ସୁଭଦ୍ରା’ ଯୋଜନା ଆରମ୍ଭ କରି ମୋଦୀ ସୁଇଚ୍ ଟିପି ପ୍ରାୟ ୧୦ଲକ୍ଷ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ହଜାର ଟଙ୍କା ଲେଖାଏ ପଠାଇବେ। ହିତାଧିକାରୀଙ୍କ ଆଧାର ସକ୍ଷମ ଏବଂ ଡିବିଟି ସକ୍ଷମ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ଜମା ହେବ।

Leave a Reply

Your email address will not be published. Required fields are marked *