“ଆଜାଦି କା ଆମ୍ବୃତ ମହୋତ୍ସବ”, କେନ୍ଦ୍ର ମନ୍ତ୍ରୀଙ୍କ ତ୍ରିରଙ୍ଗା ପଦ ଯାତ୍ରା

ଫୋକସ ପ୍ଲସ(ଭୁବନ) ୩୧/୦୭/ ୨୦୨୨:୧୫ ଅଗଷ୍ଟ ୨୦୨୧ ଠାରୁ ଦେଶ ପାଳୁଛି ଆଜାଦି କା ଆମ୍ବୃତ୍ ମହୋତ୍ସବ । ବହୁ କଷ୍ଟ ଲବ୍ଧ ସ୍ଵାଧୀନତା କୁ ମନେ ପକାଇବା ଓ ଆଗାମୀ ଯୁବ ପିଢ଼ିକୁ ପ୍ରେରଣା ଦେବାପାଇଁ ଏହାକୁ ପାଳନ କରାଯାଉଛି । କିପରି ଭାବରେ ଏହି ବିର ପୁତ୍ର ମାନେ ନିଜ ଜୀବନକୁ ବଳିଦାନ ଦେଇ ଆମକୁ ସ୍ବାଧୀନତାର ସ୍ଵାଦ ଦେଇଛନ୍ତି ସେହି ମହାନ୍ ପୁରୁଷଙ୍କୁ ମନେ ପକାଇବା ପାଇଁ ଦେଶ ସାରା ଏହା ପାଳନ କରାଯାଉଛି। ତେଣୁ ଆଜି ଢେଙ୍କାନାଳ ଜିଲ୍ଲା ଭୁବନ ଠାରୁ ସର୍ବ କନିଷ୍ଟ ସହିଦ ବିର ବାଜି ରାଉତ ଙ୍କ ଗ୍ରାମ ନୀଳ କଣ୍ଠ ପୁର ଯାଏ ଦୀର୍ଘ 5 କିଲୋମିଟର ରାସ୍ତା କେନ୍ଦ୍ର ମନ୍ତ୍ରୀ ପାଦରେ ଚାଲି ଚାଲି ତ୍ରିରଙ୍ଗା ପଦ ଯାତ୍ରା କରିଥିଲେ । ସକାଳ 8 ଟା ସମୟରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନ ର ଗାୟତ୍ରୀ ପାଲା ପଡିଆ ଠାରେ ଥିବା ହନୁମାନ ମନ୍ଦିରରେ ପୂଜାକରି ତାଙ୍କର ତ୍ରିରଙ୍ଗା ପଦଯାତ୍ରା ଆରମ୍ଭ କରିଥିଲେ । ଭୁବନ ପରିକ୍ରମା କରିଥିଲେ । ଏହି ପଦଯାତ୍ରା ସମୟରେ ଗ୍ରାମରେ ପ୍ରତ୍ୟେକ ଛକରେ ଲୋକ ମାନେ ଫୁଲ ତୋଡା ଦେଇ ମନ୍ତ୍ରୀଙ୍କୁ ସ୍ଵାଗତ କରୁଥିଲେ । ପରିକ୍ରମା ପରେ ଦୀର୍ଘ 5 କିଲୋମିଟର ପାଦରେ ଚାଲି ଚାଲି ସର୍ବ କନିଷ୍ଠ ସହିଦ ବିର ବାଜି ରାଉତ ଗ୍ରାମ ନୀଳ କଣ୍ଠ ପୁର ଠାରେ ଅବସ୍ଥିତ ବାଜି ରାଉତ ଙ୍କ ପ୍ରତି ମୃତି ରେ ପୁଷ୍ପଗୁଚ୍ଛ ଚଢାଇ ଥିଲେ । ସେଠାରେ ଢେଙ୍କାନାଳ ଜିଲ୍ଲାର ଦଶମ ଓ ଦ୍ଵାଦଶ ଶ୍ରେଣୀରେ ସର୍ବାଧିକ ନମ୍ୱର୍ ରଖି ଉତିର୍ନ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ମାନ ପତ୍ର ଦେଇଥିଲେ । ଏହି ଉତ୍ସବ ରେ ଉପସ୍ଥିତ ଥିଲେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶତ୍ରୁଘ୍ନ ଜେନା , ଜିଲ୍ଲା ସଭାପତି ନରେଶ ମହାପାତ୍ର , ଜିଲ୍ଲା ସମ୍ପାଦକ ମାତୃ ପ୍ରସାଦ ନନ୍ଦ ଓ ବିଜେପି ର ବରିଷ୍ଟ କର୍ମ କର୍ତ୍ତା ଙ୍କ ସହ କର୍ମୀ ମାନେ |

ଭୁବନ ରୁ ଚୈତନ୍ୟ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ ।।

Leave a Reply

Your email address will not be published. Required fields are marked *