ଅସହାୟ ବିଧବା ମହିଳାଙ୍କୁ ଆକ୍ରମଣ

ଫୋକସ ପ୍ଲସ(ବଡ଼ଚଣା)୧/୦୮/ ୨୦୨୨:ବିଧବା ବୟସ୍କା ମହିଳାଙ୍କୁ ଆକ୍ରମଣ, ଥାନାରେ ଲିଖିତ ଅଭିଯୋଗ ପରେ ବି ପୋଲିସ ନୀରବ, ନିରାଶ ହୋଇ ବାରମ୍ୱାର ଥାନାକୁ ଦୌଡ଼ି ବାକୁ ପଡ଼ୁଥିବା ବେଳେ ଗରିବ ଲୋକଙ୍କ ଦୁଃଖ ଥାନା ନିରାଶା କରୁ ଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି।ଏହି ଘଟଣାଟି ଘଟିଛି, ଯାଜପୁର ଜିଲ୍ଲା ଵୈରୀ ଥାନା ଅନ୍ତର୍ଗତ ସୋଲୋର ଗ୍ରାମରେ |ଗ୍ରାମର ୭୦ ବର୍ଷ ବୟସ୍କା ଅସହାୟ ବିଧବା ବୃଦ୍ଧା ମହିଳା ବୋଇତ ଦାସଙ୍କ । ସ୍ଵାମୀ ଜାହାକୀ ଦାସଙ୍କ ର କିଛି ବର୍ଷା ପୂର୍ବେ ମୃତ୍ୟୁ ହୋଇ ଥିବା ବେଳେ ଆଜିକୁ ୫୦ ରୁ ଉର୍ଦ୍ଧ୍ବ ବର୍ଷ ଧରି ସରକାରୀ ଜାଗାରେ ଘର କରି ରହି ଆସୁ ଛନ୍ତି । ମହିଳା ଜଣକ ବହୁ ଦୁଃଖ କଷ୍ଟରେ ମୂଲ ପାଇଟ କରି ଜୀବନ କଟୁ ଥିବା ବେଳେ, ସେହି ଗ୍ରାମର ପଡୋଶୀ ରଘୁ ବେହେରା, ଓ ସର ବେହେରା ଦୁଇ ଭାଇ ତାଙ୍କୁ ବାରମ୍ବାର ମାରଧର କରୁ ଥିବା ଅଭିଯୋଗ ହୋଇଛି।ଗତ ୫ ଦିନ ତଳେ ବୋଇତ ଦାସ ଙ୍କୁ ମାଡ଼ ମାରିଥିଲେ,ତେବେ ଵୈରୀ ଥାନାରେ ମହିଳା ଜଣକ ନ୍ୟାୟ ପାଇଁ ଦୌଡୁ ଥିବାବେଳେ, ମୋତେ ଗତ କିଛି ଦିନ ତଳେ ମୋ ବାମ ହାତକୁ ହାଣି ଦେଇ ଥିଲେ,ଏବେ ମୋତେ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଚମକ ଦେଉଛନ୍ତି, ମୁଁ ଅସହାୟ ବିଧବା ମହିଳା ହୋଇ ଥିବାରୁ ମୁଁ କେତେ ଥାନାକୁ ଦୌଡ଼ିବି ବୋଲି କହି ନିରାଶ ହୋଇ ଥିବା ଅଭିଯୋଗ ଆଣିଛନ୍ତି। ତେବେ ଏକ ଛୋଟ ଆଜବେଷ୍ଟସ ଘର କରି ରହି ଥିବା ବେଳେ ମୋତେ ନ୍ୟାୟ ଦିଅନ୍ତୁ ବୋଲି କାନ୍ଦି କାନ୍ଦି କହିଥିବା ଦେଖିବାକୁ ମିଳିଛି। ତେବେ ଜଣେ ଅସହାୟ ବିଧବା ବୟସ୍କା ମହିଳାଙ୍କୁ ଆକ୍ରମଣ ଘଟଣାରେ ଵୈରୀ ପୋଲିସ ର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି। ତେଣୁ ଦୋଷୀଙ୍କ ଦିରୋଧରେ ଦୃଢ଼ କାର୍ଯ୍ୟାନଷ୍ଠାନ ନେବା ସହିତ ନ୍ୟାୟ ଦେବା ଲାଗି ଦାବି ହୋଇଛି।

ବିୟୁରୋ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *