ଅର୍ଦ୍ଧେନ୍ଦୁ ଦାସ ଙ୍କ ଗିରଫ ପ୍ରତିବାଦ ରାଜ୍ୟପାଳଙ୍କୁ ଦାବିପତ୍ର

ଫୋକସ ପ୍ଲସ (କେନ୍ଦୁଝର) ୦୨/୦୭/୨୦୨୨: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଅଂଚଳର ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟରତ ସାମ୍ବାଦିକ ତଥା ବୈଦୁତିକ ଗଣମାଧ୍ୟମ ଓ ପ୍ରିଣ୍ଟ ଗଣମାଧ୍ୟମ ମାନେ ଆଜି ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ହାଟଡିହି ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଚଳିତ ବର୍ଷ ଗତମାସ ୨୯ ରିଖ Eow ର ଅଧିକାରୀ ମାନେ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଯେପରି ଦୁର୍ବ୍ୟବହାର ପ୍ରଦର୍ଶନ କରି ଗିରଫ କରିଛନ୍ତି ,ତାହା ଅତି ଲଜ୍ୟାଜନକ ଓ ନିନ୍ଦନୀୟ ବିଷୟ ସାଜିଛି। କୌଣସି ସ୍ୱାର୍ଥ ଓ ଚାପର ବଶବର୍ତ୍ତୀ ହୋଇ Eow ଯେପରି ହିଟଲର ଶାସନ ପ୍ରଦର୍ଶନ କରିଛି ତାହା ଅତ୍ୟନ୍ତ ଦୁଃଖଦ ଏବଂ ଗୁରୁତର ପ୍ରସଙ୍ଗ ସାଜିଛି। ଗଣମାଧ୍ୟମର କଣ୍ଠରୋଧ ପାଇଁ Eow ଅପଚେଷ୍ଟା କରିଛି ଆଗାମୀ ଦିନରେ ସେମାନେ ନିଜକୁ ସୁରକ୍ଷିତ ନମଣିବା ଅର୍ଧେନ୍ଦୁ ଦାସ୍ ଙ୍କୁ ଗିରଫ କରିବାରେ କଦର୍ଯ୍ୟ ପ୍ରକ୍ରିୟା ଉପରେ ଓଡିଶା ର ସମସ୍ତ ସାମ୍ବାଦିକ ମାନେ ପ୍ରତିବାଦ କରିଛନ୍ତି ଏପରି ଘଟଣାକୁ ନେଇ ସାରା ରାଜ୍ୟର ସାମ୍ବାଦିକ ମାନେ ନିନ୍ଦା ପ୍ରକାଶ କରିଛନ୍ତି। ଏନେଇ ହାଟଡିହି ଅଂଚଳର ବରିଷ୍ଠ ଓ ଯୁବ ଗଣମାଧ୍ୟମ ପ୍ରତିନଧି ବିଡିଓଙ୍କୁ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *