ଫୋକସ ପ୍ଲସ (ନବରଙ୍ଗପୁର)୨୨/୦୬/୨୦୨୨:ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ପାଇଁ ସାଙ୍ଘାତିକ ବ୍ୟବସ୍ଥା । ଖାତା ମୂଲ୍ୟାୟନ ସମୟର ମୂଲ୍ୟାୟନ କେନ୍ଦ୍ର ଅନ୍ଧାର କୁ ନେଇ ଦେଖାଦେଇଛି ବିଭ୍ରାଟ। ଅନ୍ଧାର ରେ ଚାଲିଛି ଯୁକ୍ତ ଦୁଇ ଖାତା ଦେଖା ସାଙ୍ଗକୁ ଅନ୍ଧାରରେ ପରିକ୍ଷା ଦେଉଛନ୍ତି ଯୁକ୍ତ ତିନି ଛାତ୍ର ଛାତ୍ରୀ
ଅନ୍ଧାର ବାଜି ରେ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ। ନବରଙ୍ଗପୁର ମହାବିଦ୍ୟାଳୟ ରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ନବରଙ୍ଗପୁର ସହରସ୍ଥିତ ବିନୋଦ ବିହାରୀ କଲେଜ ରେ ଯୁକ୍ତ ଦୁଇ ର ଦ୍ଵିତୀୟ ବା ଶେଷ ବର୍ଷ ର ଖାତା ମୂଲ୍ୟାୟନ ଚାଲିଛି । ତେବେ କଲେଜ ରେ ବିଦ୍ୟୁତ ସଂଯୋଗ ଅଛି କିନ୍ତୁ କୌଣସି କାରଣ ବଶତଃ ବିଦ୍ୟୁତ ସରବରାହ ବନ୍ଦ ହୋଇଗଲେ ସାରା ମୂଲ୍ୟାୟନ ସେଣ୍ଟର୍ ଅନ୍ଧାରରେ ରହିଯାଉଛି ଫଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଲେ ତାହାର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ମଧ୍ୟ ନାହିଁ । ବର୍ତ୍ତମାନ ଜିଲ୍ଲାରେ ଘନ ଘନ ବିଦ୍ୟୁତ କାଟ ହେଉଥିବା ବେଳେ ଅନ୍ୟପଟେ ସଠିକ୍ ସମୟରେ ମୂଲ୍ୟାୟନ ନେଇ ଚାପ ରହିଛି । ଯାହାକୁ ନେ଼ଇ ଚାପ ଗ୍ରସ୍ତ ଅଧ୍ୟାପକ ମାନେ ଅନ୍ୟ କୌଣସି ବାଟ ନ ପାଇ ବାଧ୍ୟ ହୋଇ ମୋବାଇଲ ଟର୍ଚ୍ଚ ଆଲୁଅ କୁ ବିକଳ୍ପ ଭାବେ ଗ୍ରହଣ କରି ଖାତା ଦେଖିବାକୁ ବାଧ୍ୟ ହେଉଛନ୍ତି ।
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ରୁ ବିଲିହନ୍ ଶାବନ୍ ଖୁରା ଙ୍କ ରିପୋର୍ଟ ଫୋକସ ପ୍ଲସ |