ଫୋକସ ପ୍ଲସ (କୋରାପୁଟ)୨୫/୦୭/୨୦୨୨: ଆଜି ସ୍ଥାନୀୟ ସେମିଳିଗୁଡା ରେ ଅବସ୍ଥିତ କୋରାପୁଟ ଜିଲ୍ଲା ଅନ୍ତର୍ଜାତୀୟ ମାନବ ଅଧିକାର କମୁନିଟ ଇଣ୍ଡିଆ ତରଫରୁ ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରୁ କାର୍ଯ୍ୟକର୍ତାମାନେ ଯୋଗ ଦେଇଥିଲେ ।ଏହି ବୈଠକରେ ରାଜ୍ୟ ଦାୟିତ୍ୱରେ ଥିବା ଶ୍ରୀ ଅଜୟ କୁମାର ସାହୁ, ଡକ୍ଟର ରାଜେନ୍ଦ୍ର ପ୍ରସାଦ ପାତ୍ର, ଶ୍ରୀ ମୋନଜ କୁମାର ପାତ୍ର ଓ ଜି ସଂଜୀବ କୁମାର ଯୋଗ ଦେଇଥିଲେ ।କୋରାପୁଟ ଜିଲ୍ଲାର ଶ୍ରୀ ଗଣେଶ ଚନ୍ଦ୍ର ସାହୁ, ଶ୍ରୀ ବିଜୟ କୁମାର ସାହୁ, ଶ୍ରୀ ଅନନ୍ତ କୁମାର ଉପସ୍ଥିତ ଥିଲେ ।ନନ୍ଦପୁର ବ୍ଲକରୁ ଶ୍ରୀ ସୂର୍ଯ୍ୟ ନାରାୟଣ ଖେମୁଣ୍ଡୁ ଓ ଲଷ୍ମୀପୁର ବ୍ଲକରୁ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଏବଂ ଜୟପୁରରୁ ଶ୍ରୀମତୀ ଚିନ୍ମୟୀ ସାହୁ ଏବଂ ଶ୍ରୀମତୀ ସ୍ବାତୀ ହୋତା ଯୋଗ ଦେଇଥିଲେ ।ଉକ୍ତ ସଭାରେ ଡକ୍ଟର ରାଜେନ୍ଦ୍ର କୁମାର ପାତ୍ର ଏବଂ ଶ୍ରୀ ଅଜୟ କୁମାର ସାହୁଙ୍କୁ ସମ୍ପର୍ଦ୍ଧିତ କରାଯାଇଛି ।ଜିଲ୍ଲାର ଏବଂ ବ୍ଲକର ବିଭିନ୍ନ ଉନତିମୂଳକ କାର୍ଯ୍ୟକ୍ରମ ଆଗେଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ସଭାକୁ କୋରାପୁଟ ଜିଲ୍ଲାର ସଭାପତି ଶ୍ରୀ ଏଲ ପ୍ରଦୀପ ପାତ୍ର ସଭାପତିତ୍ୱ କରିଥିଲେ ।ସଭାକୁ କୋରାପୁଟ ଜିଲ୍ଲା ସମ୍ପାଦକ ଶ୍ରୀ ଆନନ୍ଦ ମୌଳି ପଟ୍ଟନାୟକ ପରିଚାଳନା କରିଥିଲେ । ଶେଷରେ ଶ୍ରୀ ଗଣେଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |