ଅନାଥ ହେଲେ ୬ ଭାଇଭାଉଣୀ

 

ଫୋକସ ପ୍ଲସ (ଲମତାପୁଟ) ୨୧/୦୬/୨୦୨୨ : ମାର ଦୁଃଖ ଚାଲିଯିବାର ଦୁଃଖ ଯାଇନାହିଁ, ଆଖିରୁ ଲୁହ ଶୁଖିନାହିଁ , ପୁଣିଥରେ ମାଡ଼ିଆସିଲା ଦୁଃଖର ପାହାଡ଼ । ଆଖିରୁ ଲୁହ ଶୁଖିବ କେବେ ? ବିଧାତା ଯେ କି ଦୁଃଖ ଦେଉଛି ଦୁଃଖି ର ଉପରେ । ଯାହା ନେଇଥିଲା, ଯାହା ଛାଡିଥିଲା କିନ୍ତୁ ବର୍ତ୍ତମାନ ସବୁ ଛଡ଼େଇ ନେଇ ଅନାଥ କରି ଅସହାୟ କରିଦେଲା ଛଅ ଭାଇ ଭଉଣୀଙ୍କୁ । କାହା ପଣତ କାନିରେ ପୋଛିବେ ଆଖିର ଲୁହ, କାହା ହାତଧରି ଚାଲିବେ ସଂସାର ବାଟ ? ଦିଗ ହରା ହୋଇଗଲେ ଛଅ ଭାଇଭାଉଣୀ । ଏମାନେ କି ଦୋଷ କରିଥିଲେ ଏମାନଙ୍କ ଉପରେ ଦାଉ ସାଧୁଛି ଭାଗ୍ୟ ବିଧାତା । ସଂସାର କଣ ଜାଣିନଥିଲା ବେଳେ ଅତି ନିକଟରୁ ଦେଖୁଛନ୍ତି ପରିବାର ଦୁଃଖ । ଏଭଳି ଦୁଃଖ ମାଡ଼ିଆସିଛି କୋରାପୁଟ ଜିଲ୍ଲା ଉପାନ୍ତ ଲମତାପୁଟ ବ୍ଲକ , ବନମାଳିପୁଟ ଜଡ଼ାପୁଟ ଗ୍ରାମର ସ୍ୱର୍ଗତ୍ୱ ବଳରାମ ବଡନାୟକଙ୍କ ଅନାଥ ପୁଅଝିଅ ୧୬ବର୍ଷ ର ନମିତା,୧୪ବର୍ଷର ନନ୍ଦିତା, ୧୨ବର୍ଷର କୁମାରୀ, ୮ବର୍ଷର ପୁଅ ବୀଗନେସ, ୬ବର୍ଷର ଲିଜା ଓ ୨ବର୍ଷର କବିତା ଉପରେ । ୮୦ବର୍ଷର ବୁଢ଼ୀ ଜେଜେ ମାର ଆଖି ଦିଶୁନାହଁ, ଚାଲିବାକୁ ଅଣ୍ଟାର ଶକ୍ତି ନାହିଁ କିଭଳି ଭାବରେ ନାତିମାନଙ୍କ ନେଇ ସଂସାର ରାସ୍ତା ଚାଲିବ । ନିଜେ ଚାଲିବାର ସକ୍ଷମ ନାହିଁ ହେଲେ ନାତିମାନଙ୍କୁ ଆଶ୍ରୟ ଦେବ କେମିତି । ଅସହାୟ ହେଇଯାଇଛି ବୁଢ଼ୀ ଜେଜେ ମା । ସମସ୍ତଙ୍କ ଆଖିରେ ଧାର ଧାର ଲୁହ । ଯିଏ ଯାଉଛି କୁନି ଛୁଆ ମାନଙ୍କୁ ଦେଖି ଲୁହ ଡାଳୁଛି । କୁନି ପିଲା ମାନଙ୍କୁ ସହଯୋଗ କରିବାକୁ ପହଞ୍ଚି ଥିଲେ ଲମତାପୁଟ ଜିଲ୍ଲା ପରିଷଦ ପୂର୍ଣ୍ଣ ଚନ୍ଦ୍ର ପାଙ୍ଗି, ରାମ ପାଙ୍ଗି ଓ ଆଦିବାସୀ ଜାଗରଣ ସଂଘ ସଭାପତି ଉର୍ଦ୍ଧବ ଅଙ୍ଗେଲ । ଦୁଃଖି ପରିବାର କୁ ଶାନ୍ତନା ଦେବା ସହିତ ଅତି ଶୀଘ୍ର ସରକାରୀ ସହାୟତା ଯୋଗାଇଦେବାକୁ ଚେଷ୍ଟା କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏ ବିଷୟ ନେଇ ଆମେ ବିଡ଼ିଓ ଙ୍କୁ ଦୃଷ୍ଟି ଆକର୍ଷଣ କରିବାରେ ଅତିଶୀଘ୍ର ଜିଲ୍ଲା ପ୍ରଶାସନ ପହଞ୍ଚି ପିଲାମାନଙ୍କ ଦାୟିତ୍ୱ ନେବ ବୋଲି ସୂଚନା ଦେଇଛନ୍ତି ।

ଲମତାପୁଟ ରୁ ଗୋପୀନାଥ ହଞ୍ଜରିଆ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *