ଅଟୋ ଚାଳକଙ୍କ ଠାରୁ ଲାଞ୍ଚ ନେଇ ଧରା ପଡ଼ିଲେ ଆୟୁଷ ଡାକ୍ତର,ଭିଜିଲାନ୍ସ ବିଭାଗ ଗିରଫ କଲା

ଫୋକସ ପ୍ଲସ (ସୁନ୍ଦରଗଡ଼)୨୨/୦୭/୨୦୨୨:ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକର ଗଏରବାହାଲ ପ୍ରାଥମିକ ଚିକିତ୍ସାଳୟର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ଭିଜିଲାନ୍ସ ଜାଲରେ ,ଏକ ଅଟୋ ଦୁର୍ଘଟଣା ଲୁଚାଇବାକୁ ଚାଳକ ସୁଲେମାନ ଖାଲଖୋ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଡାକ୍ତର ପ୍ରସନ୍ନ କୁମାର ବେହେରା ଙ୍କୁ ଗିରଫ କରିଛି ।ମିଳିଥିବା ସୂତ୍ରରୁ ପ୍ରକାଶ ଯେ ଗତ ୧୭ ତାରିଖରେ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତର ଛୁରୀଚଖା ଛକରେ ଏକ ଅଟୋ ଦୁର୍ଘଟଣା ହୋଇଥିଲା ଏଥିରେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ ।ଅଟୋ ଚାଳକ ମହିଳାଙ୍କୁ ନେଇ ଡାକ୍ତରଙ୍କ ପାଖରେ ପହଞ୍ଚି ଥିଲେ ,ଡାକ୍ତର ଦୁର୍ଘଟଣା ବିଷୟରେ ପୁଲିସକୁ ନ ଜଣାଇବାକୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥଲେ ହେଲେ ୧୨ ହଜାର ଟଙ୍କା ରେ କଥା ଛିଣ୍ଡି ଥିଲା ଚାଳକ ଜଣକ ପୂର୍ବରୁ ୮ ହଜାର ଟଙ୍କା ଦେଇସାରିଥିବା ବେଳେ ଆଜି ବାକି ୪ ହଜାର ଟଙ୍କା ନ ଦେଲେ ପୁଲିସକୁ କହିଦେବି ବୋଲି ଧମକ ଦେଇଥିଲେ ଡାକ୍ତର ।

 

ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ, ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *